ସ୍ଵପ୍ନ

ସ୍ଵପ୍ନ

Originally published in tl
❤️ 0
💬 0
👁 226
Shantilata Dash
Shantilata Dash 14 Jul, 2025 | 1 min read

ଅମାନିଆ ଏ ଆଖି

ଯେତେ ମନାକଲେ ବି

ମନ ମାନେ ନା,

ବାରମ୍ବାର ସ୍ଵପ୍ନ ଦେଖି ଚାଲେ,

ସେ ସ୍ଵପ୍ନ ହୋଇପାରେ 

ନୀଳାଭ ନଭର ନିଳୀମା ବୁକୁରେ ବିହଙ୍ଗି ହୋଇ ଘୁରି ବୁଲିବା ।

ସ୍ଵପ୍ନ ହୋଇପାରେ---

ନୀଳ ଦରିଆ ବୁକୁ ଚିରି ତା ଗଭିରତା ମାପି ଆଣିବା,

ସ୍ବପ୍ନ ହୋଇପାରେ 

ସାଗର ଗର୍ଭରେ ଶାମୂକା

ଆଉ ଶାମୂକା ଗର୍ଭରେ ମୁକୁତା  

ହେବା ।

ସ୍ଵପ୍ନ ଭି ହୋଇପାରେ----

ଚାନ୍ଦର ଚାନ୍ଦିନି ହୋଇ

ନକ୍ଷତ୍ର ତନୁରେ ଝଲସି ଉଠିବା ।

ସ୍ଵପ୍ନ ବି ହୋଇପାରେ 

ମେଘର ମହ୍ଲାର ଅବା

ସାରେଗାମା ର ସାତସୁର । 

ସ୍ଵପ୍ନ ବି ହୋଇପାରେ 

ବର୍ଣ୍ଣାଳୀର ବର୍ଣ୍ଣ ବୈଭବ

    ହେଲେ ସ୍ଵପ୍ନ ତ ସ୍ଵପ୍ନ

ସେ ତ ବନ୍ଦ ଆଖି ରେ ଜନ୍ମ

ନିଶା ଶେଷେ ପତ୍ର ଝରାର ପତ୍ର ଭଳି ଝରି ପଡ଼ିବା ।

0 likes

Support Shantilata Dash

Please login to support the author.

Published By

Shantilata Dash

shantilatadash

Comments

Appreciate the author by telling what you feel about the post 💓

Please Login or Create a free account to comment.