ମନେ ଅଛି ମୋର ଛୋଟ ବେଳର ସେଇ ଦିନ

ମୋ ଜୀବନର ଛୋଟ ଅଭୁଲା ଗପ ଟିଏ -

Originally published in i-klingon
❤️ 1
💬 0
👁 699
Rashmi Ranjan Rrs
Rashmi Ranjan Rrs 01 Feb, 2020 | 1 min read
Calculating read time... 0 min left



ବାପା ଶବ୍ଦ ର ଅର୍ଥ କଣ ?

କୋଉ ବହି, କୋଉ ରଚନା ,

କି ଜୀବନ ର ଅନେକ ବର୍ଷ ବିତେଇଲା ପରେ ମଧ୍ୟ,

ଆମେ ବୁଝି ପାରୁନା - " ଏହି ବାପା ଶବ୍ଦ ର ଅର୍ଥ "

ଗାଳି କଲେ ରଗିଯାଉ, ବଡ଼େଇଲେ କଥା ନ ହଉ !

ବଡ଼ ହେଲେ କଥାର ଜବାବ୍ ଦଉ,

କିଛି ଅଧିକ ଜାଣିଲେ, ନିଜକୁ ବଡ଼ ମନେକରୁ ।

କଥାରେ କଥାରେ ନିଜେ ଏତେ ପାଠ ପଢି ଥାଉ ବୋଲି,

ବାପା ଙ୍କ ଆଗରେ ଗର୍ବ କରୁ ।

ବାପା !

" ମୋ ଜୀବନରେ ବାପା ଶବ୍ଦ ର ଅର୍ଥ ! "

ମନେ ଅଛି ମୋର ଛୋଟ ବେଳର ସେଇ ଦିନ,

ଯେବେ ବାପା ପଣିକିଆ ପଢେଇ ବହୁତ୍ ବାଡାନ୍ତି,

ଆଉ ମନେ ଅଛି ଏବେ,

କଲେଜ୍ ରୁ ହାଲିଆ ହୋଇ ଫେରିଲେ ବାପା ଗୋଡ ଘସି ଦିଅନ୍ତି ।

ମନେ ଅଛି ମୋର ଛୋଟ ବେଳର ସେଇ ଦିନ,

ଯେବେ ମୁଁ ବୁଝି ପରେନା ବାପା କଣ କଷ୍ଟ କରନ୍ତି,

ଆଉ ମନେ ଅଛି ଏବେ,

ବାପା ଙ୍କ ଦହିବରା ହାଣ୍ଡି କୁ ମୁଁ ତାଙ୍କ ସାଇକେଲ କୁ ଟେକି ଦିଏ ।

ମନେ ଅଛି ମୋର ଛୋଟ ବେଳର ସେଇ ଦିନ,

ଯେବେ ବାପା ଙ୍କୁ ମୁହଁ ଉଠେଇ କଥା ଟେ ବି କହି ନପାରେ,

ଆଉ ମନେ ଅଛି ଏବେ,

ବାପା ଙ୍କ ମୁହଁରେ ହିଁ ଜବାବ୍ ଦିଏ ।

ମନେ ଅଛି ମୋର ଛୋଟ ବେଳର ସେଇ ଦିନ,

ଯେବେ ବାପା ଖାଇବାକୁ ୫ ଟଙ୍କା ଦିଅନ୍ତି ଆଉ ମୁଁ ଖୁସି ହୋଇ ସ୍କୁଲ୍ ଚାଲିଯାଏ,

ଆଉ ମନେ ଅଛି ଏବେ,

କଲେଜ୍ ଯିବାରେ ଏତେ ଖର୍ଚ୍ଚ ହେଇଯାଏ ଯେ ମୁଁ ଭୋକିଲା ରହି ଯାଏ

ମନେ ଅଛି ମୋର ଛୋଟ ବେଳର ସେଇ ଦିନ,

ଯେବେ ସ୍କୁଲ୍ ରୁ ଫେରି ମୁଁ ଖାଇକି ଶୋଇ ଥାଏ ଆଉ ନିଦ ଭାଙ୍ଗିଲା ବେଳକୁ ବାପା ମୋ ପାଖରେ ଶୋଇଥାନ୍ତି,

ଆଉ ମନେ ଅଛି ଏବେ,

କଲେଜ୍ ରୁ ଫେରିଲା ବେଳକୁ ବାପା ରାସ୍ତାରେ ଦହିବରା ବିକ୍ରି କରିଥାନ୍ତି,

ଆଉ ମୁଁ !!

ମୁଁ ଘରକୁ ଆସି ଫ୍ୟାନ ଲଗେଇ ଶୋଇ ଯାଏ ।

ମନେ ଅଛି ଛୋଟ ବେଳର

ସେଇ ସବୁ ଦିନ.............

ସେଇ ସବୁ ଦିନ.............


1 likes

Support Rashmi Ranjan Rrs

Please login to support the author.

Published By

Rashmi Ranjan Rrs

rashmiranjanrrs

Comments

Appreciate the author by telling what you feel about the post 💓

Please Login or Create a free account to comment.